You are currently viewing ସାଲିଆ ସାହି ରିଙ୍କୁ ସ୍ବାଇଁ ହତ୍ୟାକାଣ୍ଡର ଅପରାଧୀ ସମେତ ୫ ଗିରଫ

ସାଲିଆ ସାହି ରିଙ୍କୁ ସ୍ବାଇଁ ହତ୍ୟାକାଣ୍ଡର ଅପରାଧୀ ସମେତ ୫ ଗିରଫ

ଭୁବନେଶ୍ବର, ରାଜଧାନୀରୁ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବରୁଣେଇ ନିକଟରୁ ଗିରଫ ହୋଇଥିବା ନୟାପଲ୍ଲୀ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ୨୦୧୯ରେ ସାଲିଆ ସାହିର ରିଙ୍କୁ ସ୍ବାଇଁଙ୍କୁ ହତ୍ୟା କରି ଫେରାର ଥିବା କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣା ସମେତ ୫ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ଟଏ ଗନ୍, ଓ ବାଇକ୍‌ ନୟାପଲ୍ଲୀ ପୁଲିସ୍ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଶୋଭରାଜ ମହାରଣା, ଅଚ୍ୟୁତାନନ୍ଦ ଦାସ, ଗଣେଶ ବେହେରା, ସୌମ୍ୟରଞ୍ଜନ ମହାପାତ୍ର ଓ ବଳରାମ ବାରିକ। ଏମାନେ ସମସ୍ତେ ରାଜଧାନୀର ସାଲିଆ ସାହିର।
ଏମାନେ ରାଜଧାନୀରେ ଲୁଟ ଉଦ୍ୟମ କରୁଥିବା ବେଳେ ନୟାପଲ୍ଲୀ ପୁଲିସ ହାତରେ ଧରାପଡ଼ିଥିବା ଜଣାଯାଇଛି। ଗତ ବର୍ଷ ରିଙ୍କୁ ସ୍ବାଇଁଙ୍କୁ ହତ୍ୟା କରି ଅଭିଯୁକ୍ତ ଶୋଭରାଜ ଫେରାର ଥିଲା ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।