You are currently viewing ଓଡିଶା ଭାଗରେ ୫୫୨୮ କୋଟି

ଓଡିଶା ଭାଗରେ ୫୫୨୮ କୋଟି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟ ସରକାର ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ୭୨୦୦ କୋଟି ଟଙ୍କା କେନ୍ଦ୍ରକୁ ଦେବାକୁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ୫୫୨୮ କୋଟି ଓଡିଶାର ରେଳ ପ୍ରକଳ୍ପ ପାଇଁ ଦେଇଥିବାର ଜଣାପଡିଛି । ଏନେଇ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ କରି ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରୋଡ -ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୫୦୦ କୋଟି, ଅନୁକୁଳ -ସୁକିନ୍ଦା ରୋଡ ପାଇଁ ୪୦୦ କୋଟି , ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି, ତାଳଚେର –ବିମଳାଗଡ ପାଇଁ ୧୦ କୋଟି , ଜୟପୁର –ମାଲକାନଗିରି ପାଇଁ ୨୮ କୋଟି ଓ ଜୟପୁର – ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।