samaleswari

ନବକଳେବର ହେବ ମା’ ସମଲେଶ୍ୱରୀଙ୍କ ପୀଠ, ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ

  • Post category:ଓଡିଶା
  • Reading time:1 mins read

ଏଏନଏସ: ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଶ୍ୱରୀ ପ୍ରକଳ୍ପ ପରିଦର୍ଶନ ସହ ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ l ଆଜି ସକାଳୁ ସକାଳୁ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି । 

ତେବେ ଆସନ୍ତା ନବବର୍ଷରେ ଶ୍ରଦ୍ଧାଳୁମାନେ ମାଁଙ୍କ ପୀଠକୁ ନୂଆଁ ରୂପରେ ଦେଖିବାକୁ ପାଇବେ ବୋଲି ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ତାର କାର୍ଯ୍ୟ କେତେଦୂର ଆଗେଇଛି ସେନେଇ ସମୀକ୍ଷା କରି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।