You are currently viewing ଦିଲ୍ଲୀ ଯିବେ ୨୬ ବିଧାୟକ

ଦିଲ୍ଲୀ ଯିବେ ୨୬ ବିଧାୟକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୨/୦୮, ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯିବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଏହି ବିଧାୟକ ମାନେ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଆସନ୍ତାକାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟି ଓଡିଶା ବିଧାନ ସଭା ପକ୍ଷରୁ ଜଣାଇବେ ଅଭିନନ୍ଦନ । ବାଚସ୍ପତିଙ୍କ ସହ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ଓ ପ୍ରତାପ ଦେବଙ୍କ ସହ ଦେବୀ ପ୍ରସାଦ ମିଶ୍ର ,ସୁଦାମ ମାରାଣ୍ଡି ଏପରି ଏପରି ଅନେକ ଶାସକ ଦଳ ବିଧାୟକ ଦିଳ୍ଲୀ ଯିବେ । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ବିଧାୟକ ଦଳରେ ସାମିଲ ଅଛନ୍ତି । କଂଗ୍ରେସରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।