You are currently viewing ଶ୍ରୀମନ୍ଦିରରେ ୮ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀମନ୍ଦିରରେ ୮ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ(ଅନନ୍ତ ସିଂ), କରୋନା ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପୁରୀ ଶ୍ରୀମନ୍ଦିରରେ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ଏବଂ ଶ୍ରୀମନ୍ଦିରର ୫ ସେବାୟତ ରହିଛନ୍ତି । ଶ୍ରୀମନ୍ଦିର ନିଃଶୁଳ୍କ ଜୋତା ଷ୍ଟାଣ୍ଡର ୮ କର୍ମଚାରୀ ମଧ୍ୟ କରୋନା ସକରାତ୍ମକ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ପୁରୀ ଷ୍ଟେସନରେ ଗୁଜୁରାଟରୁ ଆସିଥିବା ନାବାଳିକା ପର୍ଯ୍ୟଟକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।ତାଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ଏନେଇ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।