ଭୁବନେଶ୍ୱର: ନଅଟି ଜିଲ୍ଲାରେ ଓଡିଶା ସରକାର ସାଇନ୍ସ ପାର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ରାଜ୍ୟସଭାରେ ଘୋଷଣା କରିଛନ୍ତି । ନୂତନ ସାଇନ୍ସ ପାର୍କ ପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ଗଜପତି, ରାୟଗଡା, ଅନୁଗୁଳ, ବାଲେଶ୍ୱର, ବୌଧ, ଝାରସୁଗୁଡ଼ା ଇତ୍ୟାଦି ଜିଲ୍ଲାଗୁଡିକ ସ୍ଥିର କରାଯାଇଛି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହି ୯ଟି ଜିଲ୍ଲା ବ୍ୟତୀତ କଟକ ଜିଲ୍ଲା ପ୍ରଶାସନ ସାଇନ୍ସ ପାର୍କର ପ୍ରତିଷ୍ଠା ପାଇଁ ୫.୨୦ ଏକର ଜମି ବଣ୍ଟନ କରିଛି । ସାଇନ୍ସ ପାର୍କ ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଯେ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରେଇବା ଏବଂ ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଏବଂ ସୃଜନଶୀଳତା ବୃଦ୍ଧି ପାଇଁ ସ୍କୁଲ ବାହାରେ ଶିକ୍ଷାଗତ କାର୍ଯ୍ୟକଳାପ ଆୟୋଜନ କରିବା ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ