You are currently viewing ଆଜି ରାଜ୍ୟରୁ ୯୯ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୯୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୯୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୫୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୬, ବାଲେଶ୍ୱର ୭, ବରଗଡ଼ ୩, ବଲାଙ୍ଗୀର ୧, ବୌଧ ୧, କଟକ ୮, ଢ଼େଙ୍କାନାଳ ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଡା ୧, କନ୍ଧମାଳ ୧, ଖୋର୍ଦ୍ଧା ୧୪, କୋରାପୁଟ ୧, ମୟୁରଭଞ୍ଜ ୩, ନୂଆପଡା ୮, ପୁରୀ ୪, ରାୟଗଡା ୩, ସମ୍ବଲପୁର ୯, ସୁନ୍ଦରଗଡ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୪୫୨୯, ସୁସ୍ଥ ସଂଖ୍ୟା ୩୩୧୨୮୪, ସମୁଦାୟ ସକ୍ରିୟ ସଂଖ୍ୟା ୧୨୮୬, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୪୦ ।

ଅନ୍ୟମାନଙ୍କୁ ଜଣାନ୍ତୁ।