ଭୁବନେଶ୍ୱର (ଏଏନ୍ଏସ୍): ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ। ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ୱ ବିଭାଗ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁଲିଭା କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଏହି ନିଆଁ କିପରି ଲାଗିଲା ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଜଣାପଡ଼ିନାହିଁ।
