You are currently viewing ରାସ୍ତାରେ ପଡ଼ିଛି ଶିଶୁର କଟା ମୁଣ୍ଡ

ରାସ୍ତାରେ ପଡ଼ିଛି ଶିଶୁର କଟା ମୁଣ୍ଡ

ଅନୁଗୁଳ, ଅନୁଗୁଳ ସହରରେ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମିଶ୍ରପଡ଼ା ଛକ ଥିବା ନିଉ ଏରା ପବ୍ଲିକ୍ ସ୍କୁଲ ପାଖରେ ଉକ୍ତ ଶିଶୁର କଟା ମୁଣ୍ଡ ଉଦ୍ଧାର ହୋଇଛି। ତେବେ କେଉଁଠାରୁ ଏହି ଶିଶୁର କଟା ମୁଣ୍ଡ ଆସିଲା ତାହା କିଛି ସୂଚନା ମିଳିନାହିଁ। ତେବେ ନରବଳିର ସନ୍ଦେହ କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ଅନୁଗୁଳ ଟାଉନ୍ ଥାନାକୁ ଖବର ଦେଇଥିଲେ। ଅନୁଗୁଳ ଟାଉନ୍ ଥାନା ପୁଲିସ୍ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶିଶୁର କଟା ମୁଣ୍ଡକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।