You are currently viewing ଥାନା ଅଧିକାରୀଙ୍କ ବିରୋଧରେ କେଶ କରି ବନ୍ଧା ହେଲେ ଯୁବକ

ଥାନା ଅଧିକାରୀଙ୍କ ବିରୋଧରେ କେଶ କରି ବନ୍ଧା ହେଲେ ଯୁବକ

ନୟାଗଡ, (ସୁକାନ୍ତ ଡାକୁଆ); ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ତିନି ଦିନ ତଳେ ବେଣ୍ଟ ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ଘରେ ପହଞ୍ଚି ବିଭିନ୍ନ ଧମକ ଚମକ ଦେଇ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିବା, ଗାଳିଗୁଲଜ କରିବା ଓ ଚାନ୍ଦା ମାଗିବା ଏବଂ ଚାନ୍ଦା ନ-ଦେଲେ ବିଭିନ୍ନ ମିଛ କେଶରେ ଫସାଇ ଦେବେବୋଲି ଧମକ ଦେଇଥିବା ନେଇ ରଘୁନାଥ ପ୍ରଧାନଙ୍କ ପତ୍ନୀ ଚାନ୍ଦପୁର ଥାନା ଅଧିକାରୀଙ୍କ ବିରୋଧରେ ରଣପୁର କୋର୍ଟରେ କେଶ କରିଥିଲେ।ଯାହାକୁ ନେଇ ଚାନ୍ଦପୁର ଥାନା ଅଧିକାରୀ ରାଗିପାଚି ଲାଲ ହୋଇଗଲେ।ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରତିହିଂଶ ପରାୟଣ ହୋଇ ଗତ କାଲି ସନ୍ଧ୍ୟାରେ ତାଙ୍କ ଘରୁ ଉଠାଇ ଆଣି ରଣପୁର ଥାନାକୁ ନେଇ ସେଠାରେ ରାତି ତାମମ ରଖି ଶୁକ୍ରବାର ରଘୁନାଥ ପ୍ରଧାନଙ୍କୁ ଗିରଫ କୋର୍ଟ ଚାଲାଣ କରିଛନ୍ତି।

ସେଠାରେ ତାଙ୍କର ଜାମିନୀ ନାମଂଜୁର ହୋଇଯିବାରୁ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟ ପଟରେ ଉଦେଶ୍ୟମୂଳକ ଭାବେ ଚାନ୍ଦପୁର ଥାନା ଅଧିକାରୀ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରି ଗିରଫ ରଘୁନାଥ ପ୍ରଧାନଙ୍କ ଆତ୍ମୀୟ ସୋଜନ ମାନେ ଚାନ୍ଦପୁର ଥାନାକୁ ଘେରାଉ କରିଥିଲେ। ୫୦ ରୁ ଉର୍ଦ୍ଧ୍ବ ମହିଳା ଗୁରୁବାର ରାତିଠାରୁ ଚାନ୍ଦପୁର ଥାନାକୁ ଘେରାଉ କରି ବସିରହିଛନ୍ତି, ହେଲେ ଥାନା ଅଧିକାରୀ ଥାନାକୁ ଆସୁନାହଁନ୍ତି ଏବଂ ଆଜି ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଥାନାକୁ ଘେରାଉ କରି ରଖିଥିଲେ ମଧ୍ୟ ପୋଲିସ ବିଭାଗର କୌଣସି ପଦାଧିକାରୀ ଘଟଣା ସ୍ଥଳକୁ ଆସିନଥିଲେ। ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।