ଭାସିଗଲେ ଯୁବକ, ଗୁରୁତର ଅବସ୍ଥାରେ ଉଦ୍ଧାର

ପୁରୀ(ଅନନ୍ତ ସିଂ), ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଯୁବକ ଭାସିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।


ସୂଚନାଯୋଗ୍ୟ ଯେ, ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଏଭଳି ଘଟଣା ଘଟିଛି। ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ଗଭୀର ସମୁଦ୍ର ଭିତରୁ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଯୁବକଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ରତ୍ନାକର ରୋଡ୍ ବାଲିନୋଳିଆ ସାହିର ଲୋକନାଥ ରାଓ ।

Leave A Reply

Your email address will not be published.