You are currently viewing ଇଡିରେ ହାଜର ହେଲେ ଅଭୟ ପାଠକ

ଇଡିରେ ହାଜର ହେଲେ ଅଭୟ ପାଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୫/୧୧: ଇଡିରେ ହାଜର ହେଲେ ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ । ଦ୍ୱିତୀୟ ଥର ପାଇଁ ଅଭୟ ପାଠକ ଇଡିରେ ହାଜର ହୋଇଛନ୍ତି । ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଛନ୍ତି ହାଜର । ସେହିପରି ପୂର୍ବରୁ ମଧ୍ୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଇଡିରେ ଜେରା କରି ଅନେକ ତଥ୍ୟ ପାଇଥିଲା । ତାକୁ ଭିତ୍ତିକରି ପୁଣି ଥରେ ଅଭୟକାନ୍ତ ପାଠକଙ୍କୁ ଆଜି ଇଡି କାର୍ୟ୍ୟାଳୟରେ ତିନିଜଣିଆ ଅଧିକାରୀ ଜେରା କରୁଛନ୍ତି ।

ସୂଚନା ଅନୁଯାୟୀ ଚାକିରି ଦେବା ନାଁରେ ଠକେଇ ଓ  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କ ଘରେ ରେଡ୍ କରାଯାଇଥିଲା । ରେଡ୍ ଚଢାଉରେ ଆଇଏଫ୍ଏସ୍ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ପାଇଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି। ଗିରଫ ହୋଇ ଜେଲ୍ ଯାଇଥିବା ଅଭୟ ପାଠକଙ୍କୁ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।