You are currently viewing ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଜଣେ ମୃତ

ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଜଣେ ମୃତ

  • Post category:ଓଡିଶା
  • Reading time:1 mins read

ବାଲେଶ୍ବର(ଏଏନଏସ)୦୬.୦୧.୨୦୨୨, ବାଲେଶ୍ବର ଜିଲ୍ଲା ତାଳବଣିଆଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଫଳରେ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ବାଲେଶ୍ବର ଜିଲ୍ଲା ଜଳେଶ୍ବରକୁ କୌଣସି କାମ ପାଇଁ ଆସୁଥିଲେ। ଏହି ସମୟରେ ତାଳବଣିଆଠାରେ ଏକ ପିକଅପ୍ ଭ୍ୟାନ୍ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ପିକଅପ ଭ୍ୟାନ୍ ଟି ଫେରାର ହୋଇଯାଇଛି । ତେବେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।