You are currently viewing ପୋଲ ତଳକୁ ଖସିଲା ବାଇକ, ୨ ମୃତ

ପୋଲ ତଳକୁ ଖସିଲା ବାଇକ, ୨ ମୃତ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ (ଏଏନଏସ)୦୪/୦୩, କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ପୋଲ ତଳକୁ ଖସିଲା ବାଇକ । ଦୁର୍ଘଟଣାରେ ଦୁଇ ବାଇକ ଆରେହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଉଭୟ ଯୁବକ ଭୁବନ ଯାଇ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।