ଓଲଟିଲା ବେଆଇନି ଗୋରୁ ବୋଝେଇ ପିକଅପ ଭ୍ୟାନ

ସାଲେପୁର: କଟକ ଜିଲ୍ଲା କୁମୁଡା ଜଇପୁର ଫାଣ୍ଡି ଅଂଚଳରେ ବେଆଇନି ଗୋରୁଗାଡି ଓଲଟି ପଡିଛି । ସଟ୍‌ଡାଉନ ସମୟରେ କାହା ଅନୁମତିରେ ଏଭଳି ଗୋ ଚାଲାଣ ହେଉଥିଲା ତାକୁନେଇ ଉଠିଛି ପ୍ରଶ୍ନ । ମାହାଙ୍ଗା ଥାନା ଅଂଚଳକୁ ଛତିଆ ବାଟେ କିପରି ପୋଲିସର କଟକଣା ଭେଦକରି ଗୋରୁ ବେପାରୀ ପ୍ରବେଶ କଲେ ତାହାହିଁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗୋରୁ ଗୁଡିକୁ ଅତ୍ୟନ୍ତ ଅମାନୁଷିକ ଭାବେ ନିଆଯାଉଥିବା ସମୟରେ ଗାଡିଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେବାରୁ ନିକଟସ୍ଥ ଫାଣ୍ଡି ପୋଲିସ ଘଟଣାସ୍ଥଳୀରେ ପହଂଚି ଗୁରୁତର ଅବସ୍ଥାରେ ଉଦ୍ଧାର ଗୋରୁଙ୍କୁ ଚିକିତ୍ସା ପାଇଁ ପଠାଇଛି ।

ଅନ୍ୟ ପକ୍ଷରେ ଗୋରୁ ବେପାରୀଙ୍କ ଦ୍ୱାରା ବେଆଇନି କାରବାରରେ ଲିପ୍ତ ପିକଅପ ଭ୍ୟାନ୍ କୁ ପୋଲିସ ଜବତ କରିବା ଖବର ମିଳିଛି । ଘଟଣାର ରଫାଦଫା ପାଇଁ ଉଦ୍ୟମ ସତ୍ୱେ, କୁମୁଡା ଜଇପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ଗୋ’ ଚାଲାଣକାରୀଙ୍କ ଏଭଳି ବେଆଇନି କାରବାର ନେଇ ଅବଗତ ପରେ, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.