You are currently viewing ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ

ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା(25.4.23) : କେନ୍ଦ୍ରାପଡାରେ ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ । ୩ ପୋଷ୍ଟ ମାଷ୍ଟର ନିଲମ୍ବିତ । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଚାକିରୀ କରିଥିବା ୩ ପୋଷ୍ଟ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଡାକ ଅଧୀକ୍ଷକ ସୂଚନା ଦେଇଛନ୍ତି ।ନିଲମ୍ବିତ ହୋଇଥିବା ୩ ପୋଷ୍ଟର ମାଷ୍ଟର ହେଲେ ମାମାଶ୍ରୀ ଭାରତୀ, ସୌମ୍ୟରଞ୍ଜନ ସେଠୀ ଓ ପ୍ରସନ୍ନ ସେଠୀ । ମାମଶ୍ରୀ ତେଣ୍ଡାକୁଡ଼ା ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ସୌମ୍ୟରଞ୍ଜନ ଡିହପଡା ପୋଷ୍ଟାଲ ଅଫିସରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ଚଉଦକୁଲାଟ କଦଳୀବଣ ପୋଷ୍ଟ ଅଫିସରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ ପ୍ରସନ୍ନ ସେଠୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।