You are currently viewing ଲସି ପିଇ ଡାକ୍ତରଖାନାରେ ଭର୍ତ୍ତି
In the Hospital Sick Male Patient Sleeps on the Bed. Heart Rate Monitor Equipment is on His Finger.

ଲସି ପିଇ ଡାକ୍ତରଖାନାରେ ଭର୍ତ୍ତି

  • Post category:ଓଡିଶା
  • Reading time:1 mins read

ମାଲକାନଗିରି-01.05.2021, ଲସି ପିଇ 100ରୁ ଅଧିକ ଅସୁସ୍ଥ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ । ସୂଚନା ଅନୁସାରେ ଗତକାଲି କୁର୍ତ୍ତି ଗ୍ରାମର ସାପ୍ତାହିକ ହାଟରେ କିଛି ବ୍ୟକ୍ତି ଲସି ପିଇଥିଲେ । ଲସି ପିଇବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କୁ କାଲିମେଳା ଓ ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।