ଭୁବନେଶ୍ବର, ରାଜ୍ୟରେ କରୋନା କଟକଣା ଭିତରେ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ପ୍ରଦାନ କରିଛନ୍ତି । ଏଥିରେ ଦୋବତ୍ତର କମିଶନ ମନ୍ଦିର ଖୋଲିବା ନେଇ କିଛି ନିୟମ ନିର୍ଦ୍ଧାରଣ କରିଛନ୍ତି। କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ କୁହାଯାଇଛି। ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯିବ। ମନ୍ଦିର ଦ୍ୱାର ସାନିଟାଇଜ ହେବ ଏବଂ ବାରମ୍ବାର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ଏକକାଳନୀ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। କେବଳ ଭକ୍ତମାନେ ଦର୍ଶନ କରିପାରିବେ। ବାଡ ପୂଜା କରିପାରିବେ ନାହିଁ। ଏଥିସହ ମନ୍ଦିରରେ ପ୍ରବେଶ ପୂର୍ବରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏସବୁ କଟକଣା ମାନି ମନ୍ଦିର ଖୋଲାଯାଇପାରି ବୋଲି ରାଜ୍ୟ ସରକାରଙ୍କୁ ଦବୋତ୍ତର ବିଭାଗ ପ୍ରସ୍ତାବ ଦେଇଛି। କଟକଣା ନ ମାନିଲେ ମନ୍ଦିର ଖୋଲିବ ନାହିଁ। ଏନେଇ ଚୂଡାନ୍ତ ନିଷ୍ପତ୍ତି ସରକାର ନେବେ ବୋଲି କୁହାଯାଇଛି।
ସୂଚନାଥାଉ କି କରୋନା ମହାମାରୀ ପାଇଁ ଦୀର୍ଘ ୯ମାସ ହେବ ରାଜ୍ୟରେ ସମସ୍ତ ମନ୍ଦିର ବନ୍ଦ ଥିଲା | ତେବେ ଏହି ସବୁ ନିମୟ ମାନି ମନ୍ଦିର ରାଜ୍ୟରେ ମନ୍ଦିର ଖୋଲିପାରେ |
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ