You are currently viewing ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର

ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର । କିନ୍ତୁ ଏହାରି ମଧ୍ୟରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ରାଜ୍ୟରେ ରେଷ୍ଟୁରାଣ୍ଟ ଓ ବାର ଖୋଲିବା ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସଟ୍‌ଡାଉନ ଓ ଲକ୍‌ଡାଉନ କଟକଣା ଭିତରେ ମାନ୍ଦା ପଡ଼ିଯାଇଥିଲା ଆର୍ଥିକ ବ୍ୟବସ୍ଥା । ଏହାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସମସ୍ତ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି । ତେବେ କଣ୍ଟେନମେଣ୍ଟ ଅଞ୍ଚଳରେ ରେଷ୍ଟୁରାଣ୍ଟା ଓ ବାର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।