ତେଲକୋଇ୨୫/୦୫ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ଏହି ଗାଁର ଦ୍ବିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ।ସେ ଆକୁଳ ପଞ୍ଚାୟତ ୧୦ ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ ରହିଥିବା ଜଣାପଡିଛି।ଘଟଣା ଅନୁଯାୟୀ ଗତକାଲି ରାତିରେ ଝଡ଼ ତୋଫାନ ହୋଇଥିଲା ତେଣୁ ଭୋର ସମୟରୁ ମୃତ ଦ୍ରୌପଦୀ ଘର ପାଖରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଗଲାବେଳକୁ ସେଠି ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ଦ୍ରୌପଦୀଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇ ପଳାଇଥିଲା।କିଛି ସମୟ ପରେ ଘରଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲକୁ ଆଣିଥିଲେ । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏ ଘଟଣା ପରେ ବନଭିଭାଗ ପକ୍ଷରୁ ମୃତଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ବନବିହାରୀପୁର ଅଞ୍ଚଳରେ ବର୍ତ୍ତମାନ ଏକ ୧୫ଟିକିଆ ହାତୀ ରହିଥିବା ଜଣାପଡିଛି।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ