You are currently viewing ସ୍ୱପ୍ନାଙ୍କ ଧରଣାକୁ ନେଇ ତଦନ୍ତ

ସ୍ୱପ୍ନାଙ୍କ ଧରଣାକୁ ନେଇ ତଦନ୍ତ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର (୨୬.୯.୨୨) : ନ୍ୟାୟ ପ୍ରଦାନ ଦାବିରେ ସ୍ୱାମୀଙ୍କ କ୍ୱାଟର ବାରଣ୍ଡାରେ ବସିଥିବା ସ୍ୱପ୍ନା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଖୋର୍ଦ୍ଧା ଉପଖଣ୍ଡ ରେଳବାଇ ପୋଲିସ ଅଧିକାରୀ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ୱପ୍ନା ଧାରଣାରେ ବସିଥିବା ସ୍ଥାନକୁ ଯାଇ ପୋଲିସ ଅଧିକ ପଚରାଉଚରା କରୁଛି । ଅନ୍ୟପଟେ ସ୍ୱାମୀ ଫେରାର ରହିଥିବା ଯୋଗୁଁ ତାଙ୍କୁ ଜିଆରପି ପୋଲିସର ଏକ ଟିମ ଖୋଜି କରି ପୋଲିସ କାବୁ କରି ତଦନ୍ତ କରୁଛି । ତେବେ ତିନି ଦିନ ହେବ ସ୍ୱପ୍ନା ଏବଂ ପ୍ରମିଳା କ୍ୱାଟର ବାରଣ୍ଡାରେ ରୋଷେଇ କରି ଧାରଣାରେ ବସିଥିଲେ । ସ୍ୱପ୍ନା ତାଙ୍କ କ୍ୱାଟରରେ ପଶି ଘର ତାଲା ଭାଙ୍ଗି ଘରକୁ ପବେଶ କରିବା ଘଟଣା ଜାଣିବା ପରେ ଫେରାର ହୋଇଯାଇଛନ୍ତି କାହ୍ନା । ଘଟଣାକୁ ନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ଅଧିକାରୀ ଏହାର ତଦନ୍ତ କରୁଛନ୍ତି । ଏହା ସହ ସ୍ୱପ୍ନାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।