ନୂଆଦିଲ୍ଲୀ(୧୭.୨.୨୩) : ଦିଲ୍ଲୀରେ ମାଟି ଘର ତିଆରି କରି ପୁଣି ଥରେ ନିଜର ସରଳ ଜୀବନ ଶୈଳୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ନିଜ ସରକାରୀ କ୍ୱାଟରରେ ମାଟି ଘର କରୁଛନ୍ତି । ସେ କହିଛନ୍ତି, ମାଟିରେ ଜୀବନର ସ୍ପନ୍ଦନ ରହିଛି । କୋଠା ଘର ଅପେକ୍ଷା ମାଟି ଘର ଜୀବନ୍ତ ଲାଗେ । କ୍ୱାର୍ଟରରେ ତାଙ୍କର ଅତିଥି ରହିବାକୁ ଜାଗା ନଥିଲା । ତେଣୁ ସେ ଘର କରିବାକୁ ଚାହୁଁଥିଲେ ।ବିଭାଗୀୟ ଅଧିକାରୀଙ୍କୁ କହି ଘର କରିବା ସମୟ ସାପେକ୍ଷ ହୋଇଥିବାରୁ ମାଟିରେ ଘର କରିବାକୁ ମନସ୍ଥ କରିଥିଲେ । ପ୍ରତାପ ଷଡ଼ଙ୍ଗୀଙ୍କ ମାଟି ଘର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । କେବଳ କବାଟ, ଝରକା ଲଗାଇବା ବାକି ଅଛି । ମାଟି ଘର ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି, ସେ ଗାଁରେ ମାଟି ଘରେ ରୁହନ୍ତି । କୋଠା ଘରେ ବିନା ଏସିରେ ରହିବା କଷ୍ଟ, କିନ୍ତୁ ମାଟି ଘରେ ଏସିର ଆବଶ୍ୟକ ନାହିଁ । ଏହା ଅଳ୍ପ ଖର୍ଚ୍ଚରେ ହୋଇପାରିବ । ମାଟି ଘର ଭାଙ୍ଗିଗଲେ, ସେହି ମାଟିରେ ଆଉ ଥରେ ଘର ତିଆରି କରିହେବ ।ମାଟି ଘର କରି ଗୋବର ଲିପିଲେ, ତାହା ବିଷାକ୍ତ ବିକିରଣକୁ ମଧ୍ୟ ପ୍ରତିହତ କରିପାରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଟ ଘରକୁ ନେଇ ଏକ୍ସପେରିମେଂଟ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି । କେବଳ ସେତିକି ନୁହେଁ, ଗାଁରେ ମାଟି ଘର ତିଆରି ହେଲେ, ଗାଁ କାରିଗର କାମ ପାଇବେ । ବାଉଁଶ ଓ ବେତରେ ସୋଫା, ଖଟ ତିଆରି କଲେ ସହର ଲୋକ ଏଥିପ୍ରତି ଆଗ୍ରହ ଦେଖାଇବେ । ଏବଂ ସହରର ଟଙ୍କା ଗ୍ରାମା଼ଞ୍ଚଳକୁ ଆସିପାରିବ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ