ଭୁବନେଶ୍ୱର, ଓଡିଶା ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏପରିକି ଏହାର ସମାଧାନ ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛି ଓଡିଶା । ମାତ୍ର ଏବେ ଏକ ରୋଚକ ଖବର ଶୁଣିବାକୁ ମିଳୁଛି । ଆନ୍ଧ୍ରର ସୀମାନ୍ତରେ ଥିବା କିଛି ଅଞ୍ଚଳର ଜନସାଧାରଣ ଓଡିଶାରେ ମିଶିବା ପାଇଁ ନିବେଦନ କରିଥିବା ଜଣାପଡିଛି । ତାଙ୍କର ମତ ହେଲା ଓଡିଶା ସରକାର ବିକାଶରଧାରା ପହଞ୍ଚାଇଥିବା ବେଳେ ଆନ୍ଧ୍ର ସରକାର କେବଳ କିଛି ପ୍ରୋତ୍ସାହନ ଦେଇ ଏହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ସୁବିଧାକୁ ଭୁଲିଯାଇଛନ୍ତି । କୋଟିଆ ବାସୀଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା ବେଳେ ଆନ୍ଧ୍ର କେବଳ ପ୍ରତିଶ୍ରୁତି ଦେଉଛି । ଆନ୍ଧ୍ର ପ୍ରଦେଶ ବଜୟନଗରମ ଜିଲ୍ଲା ଅନ୍ତର୍ଗତ ସାଲୁରମଣ୍ଡଳ ଅଧିନରେ ଥିବା କୋଡମା ପଞ୍ଚାୟତ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ଆନ୍ଧ୍ର ଛାଡି ଓଡିଶାରେ ମିଶିବାକୁ ନିବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ, କୋଡମା ପଞ୍ଚାୟତ ବାସୀ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ପ୍ରମୁଖଙ୍କୁ ନିମନ୍ତ୍ରଣ କରି ସେମାନେ ଓଡିଶାରେ ମିଶିବାକୁ ଇଚ୍ଛୁକ ଥିବା ପାଙ୍ଗୀଙ୍କୁ ଜଣାଇଛନ୍ତି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍