You are currently viewing ଅଞ୍ଜନା ପାଇଁ କଂଗ୍ରେସ ଟଳିଲା ପରି ଅର୍ଚ୍ଚନା ପାଇଁ ବିଜେଡି ଟଳିବନି ତ ?

ଅଞ୍ଜନା ପାଇଁ କଂଗ୍ରେସ ଟଳିଲା ପରି ଅର୍ଚ୍ଚନା ପାଇଁ ବିଜେଡି ଟଳିବନି ତ ?

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୪/୧୦, ୮୦ ଦଶକରେ ଓଡିଶାରେ ରାଜନୀତିର ଚାଣକ୍ୟ କୁହାାଉଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ ଅଞ୍ଜନା ମିଶ୍ର ଯୋଗୁ ଭାଙ୍ଗି ।ଇଥିଲା । ପରିସ୍ଥିତି ଏପରି ହୋଇଥିଲା େ କଂଗ୍ରେସର ଶୀର୍ଷ ନେତୃତ୍ୱ ଜାନକୀ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଫଫା ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ସେହି ସମୟରେ ପ୍ରାୟତଃ ବୈଦିତୁ୍ୟକ ଗଣ ମାଧ୍ୟମ ନଥିଲା କି ଗଣ ମାଧ୍ୟମ ଆଜିକା ଦିନ ପରି ଏତେ ସକ୍ରିୟ ନଥିଲା । ତଥାପି ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ତା’ର ଏକ ମାତ୍ର କାରଣ ଥିଲା ସଶକ୍ତ ବିରୋଧୀ ଦଳ । ଯାହାକି ଅଧୁନା ଦେଖିବାକୁ ମିଳୁନାହିଁ ।

ଗତ କିଛି ଦିନ ଧରି ଅର୍ଚ୍ଚନା ନାଗକୁ ନେଇ ଓଡିଶା ରାଜନୀତି ସରଗରମ ହୋଇଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ ଦଳ ଶାସକ ଦଳ ଉରେ ଯେତିକି ଆକ୍ରମଣାତ୍ମକ ମନୋଭାବ ରଖିବା କଥା ତାହା ଦେଖିବାକୁ ମିଳୁନାହିଁ । ଯଦିଓ ଅର୍ଚ୍ଚନା ଗିରଫ ହୋଇ ଜେଲ ଭିତରେ ଅଛି କିନ୍ତୁ ଯେଉଁଭଳି ଏହି ଘଟଣାର ତଦନ୍ତ ହେବା କଥା ସେ ଭଳି ତଦନ୍ତ କରୁନାହାନ୍ତି ତଦନ୍ତକାରୀ ଅଧିକାରୀ । ୍ରାଥମିକ ତଦନ୍ତ ଅନୁଯାୟୀ ଅର୍ଚ୍ଚନାଙ୍କ ମିଛ ମାୟାରେ ରାଜନୈତିକ ନେତା ଠାରୁ ଆରମ୍ଭ କରି, ବିତ୍ତଶାଳୀ, ଫିଲ୍ମ ପ୍ରଯୋଜକ , ୋଲିସଅଧିକାରୀ, ରେଲୱେର ଉଚ୍ଚପଦସ୍ଥଅଧିକାରୀ ଏପରିକି ବଡ ବଡ କଣ୍ଟ୍ରାକ୍ଟର ଓ ବିଲ୍ଡର ମଧ୍ୟ ସଂଶ୍ଲିଷ୍ଟ ଅଛନ୍ତି । ସୂତ୍ର ଅନୁଯାୟୀ ୍ରାୟ ସବୁ ରାଜନୈତିକ ଦଳର ନେତା ମାନେ ଏହି କେଳାଙ୍କାରୀରେ ୋଡି ହୋଇଥିବା ବେଳେ ଆଖି ଦୃଷ୍ଟିଆ ବିଧାୟକ ଓ ମନ୍ତ୍ରୀ ଶାସକ ଦଳର ହୋଇଥିବା କୁହାାଉଛି ।

ଏପରିକି କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ବୁଢୀଆଣି ଜାଲରେ ଛନ୍ଦିହୋଇ ପଡିଛନ୍ତି । ସେଥିାଇଁ ତଦନ୍ତରେ ଶୀଥିଳତା ଦେଖାଦେଇଥିବା ସାଧାରଣରେ ଆଲୋଚନା ହେଉଛି । ଗତ ଦୁଇ ଦିନ ତଳେ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରିବା ।ଇଁ ସ୍ଥାନୀୟ ପୋଲିସ୍ ଯେଭଳି ଭାବେ ପଛଘୁଞ୍ଚା ଦେଲେ ଓ ଅର୍ଚ୍ଚନାଙ୍କ ଗୋଟିଏ ମାତ୍ର ମେସେଜ୍ରେ ୧୩ ଜଣ ଓକିଲ ତାଙ୍କ ପାଇଁ ଓକିଲାତି କରିବାକୁ ଆଗେଇ ଆସିଲେ ତାହା ହିଁ ଆଲୋଚ୍ୟର ବିଷୟ ହୋଇଛି । ପୌରାଣିକ ଯୁଗରେ ଦୁଇଜଣ ନାରୀଙ୍କ ପାଇଁ ରମାୟଣ ଓ ମହାଭାରତ ସୃଷ୍ଟି ହୋଇଥିବା ବେଳେ ଅଞ୍ଜନା ପାଇଁ କଂଗ୍ରେସ ସରକାର ଭୁଶୁଡିଲା ଭଳି ଅର୍ଚ୍ଚନା ପାଇଁ ବିଜେଡି ସରକାରଙ୍କର ସମଦଶା ହେବନିତ ?

ଅନ୍ୟମାନଙ୍କୁ ଜଣାନ୍ତୁ।