You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି , ଗ୍ରୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ସୁଖ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
୨. ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ଦେଇଛି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରାଯିବ ବୋଲି ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏନେଇ ସଞ୍ଜୟ ରାଉତ ପୋଲିସରେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ପୋଲିସ ଏ ମାମଲାରେ ଯାଞ୍ଚ କରୁଛି ।
୩. ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଲେନି ସ୍ୱାମୀ, ସେଥିପାଇଁ ସୁଇସାଇଡ କଲେ ମହିଳା । ଘଟଣାଟି ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ଘଟିଛି । ପଲ୍ଲବୀ ଚୌଧୁରୀ ନାମକ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଆତ୍ମହତ୍ୟା କରିବା ପରେ ସଂପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗିପଡିଛି ।
୪. କୋଟଗଡ ଥାନା ତଳ ସୁବର୍ଣ୍ଣଗିରି ଗାଁରେ ଅଘଟଣ। ଯୁବକଙ୍କ ମଳଦ୍ୱାରରେ ପଶି ଗଲା ଶାବଳ। ଫଳରେ ଯୁବକ ଜଣଙ୍କ ଗୁରୁତର ଅଛନ୍ତି। ଯୁବକ ଜଣକ ହେଲେ ତଳ ସୁବର୍ଣ୍ଣଗିରି ଗାଁର ଶକ୍ତି ପାଟଗୁରୁ। ଗୁରୁତର ଅବସ୍ଥାରେ ଶକ୍ତିଙ୍କୁ ପ୍ରଥମେ କୋଟଗଡ଼ ଓ ପରେ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ଯୁବକଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

୫.ତାଳଚେର ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି। ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ହୋଇଛି । ଫଳରେ ତାଳଚେରରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିବା ସହ ବସ ଚଳାଚଳ ଓ ରେଳଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି ।
୬.  ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ। ଏବେ ବଲାଙ୍ଗିର ପୋଲିସ ମାମଲାର ତଦନ୍ତ କରୁଛି। ପୋଲିସର ୪ଟି ଟିମ ଗଠନ କରିଥିବା ବେଳେ ରାଜ୍ୟ ବାହାରକୁ ଯାଇ ତଦନ୍ତ ଚଳାଇଛି ।
୭. ସ୍ତ୍ରୀକୁ ତୀର ମାରିଲା ସ୍ୱାମୀ । ତୀର ମାଡ଼ରେ ମହିଳା ଗୁରୁତର । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ୍‌ ଗାଁରେ ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର । ମହିଳାଙ୍କ ପେଟରେ ପଶିଯାଇଛି ତୀର । ଅଭିଯୁକ୍ତ ସ୍ୱାମୀ ଏବେ ଫେରାର ଅଛି । ଗୁରୁତର ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
୮. ବସ୍ତା ଭିତରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବେଣାପୁରା ଘାଟ ନିକଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ଆଜି ସକାଳେ ସୁବର୍ଣ୍ଣରେଖା ନଦୀ କୂଳରେ ଅନୁଷ୍ଠିତ ହୋଇଥିବା ରାଜଘାଟ ବାରୁଣୀ ମେଳାକୁ କିଛି ଲୋକେ ବୁଲିବାକୁ ଆସିଥିବା ବେଳେ ଏକ ବସ୍ତାରେ ଭର୍ତ୍ତି ଥିବା କୌଣସି ଏକ ଜିନିଷ ନଦୀରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।
୯. ତୁରେକେଲା ଥାନା ମହନିଲହ ଗାଁ ପାଖ ବେଳବାଞ୍ଜି ଜଙ୍ଗଲ ଭିତରୁ ଉଦ୍ଧାର ହେଲା ନର କଙ୍କାଳ। ନର କଙ୍କାଳ କାହାର ତାହା ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓ ଲକ୍ଷ୍ମୀନାରାୟନ ମାରାଣ୍ଡି ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
୧୦. ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ । ଆଜି ଗୌରବମୟ ଇତିହାସର ସ୍ମୃତିଚାରଣର ଦିନ । ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ। ଏହି ଅବସରରେ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। 

ଅନ୍ୟମାନଙ୍କୁ ଜଣାନ୍ତୁ।