୧. ଆଜି ରାଜ୍ୟରୁ ୬୪ କରୋନା ପଜିଟିଭ ଚିହ୍ନଟ ।
୨. ଆଜି ଧାନକିଣାକୁ ନେଇ ବିଧାନସଭା ଗୃହରେ ହଟ୍ଟଗୋଳ । ଏନେଇ ଗୃହରେ ରୁଲିଂ ଦେଲେ ବାଚସ୍ପତି । ଗୃହ ୪ ଟା ଯାଏଁ ମୁଲତବି ।
୩. ବନ୍ଦ ହେଲା ବିଜୁ ଯୁବ ବାହିନୀ । ଏନେଇ ବିଧାନସଭାରେ ଘୋଷଣା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।
୪. ବିଏମସି ଅଫିସ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ବିରୋଧ । ବିଏମସିର ହୋଲଡିଂ ଟ୍ୟାକ୍ସକୁ ବିରୋଧ କରି ବିକ୍ଷୋଭ ହୋଇଥିବା ସୂଚନା ।
୫. କ୍ରାଇମବ୍ରାଞ୍ଚ ଏଡିଜି ହେଲେ ୟଶବନ୍ତ ଜେଠୱା । ଏନେଇ ପୋଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ।
୬. ‘ଅତିଥି’ ଆପ ଜରିଆରେ ଅପରାଧିକୁ ଧରିବ ପୋଲିସ । ‘ଅତିଥି’ ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ହେଟେଲରେ ରହୁଥିବା ବ୍ୟକ୍ତିଙ୍କ ସୂଚନା ଦେବ ଏହି ଆପ୍ ।
୭. ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ଖଙ୍ଗୁରିଆ ଗାଁରେ କୂଅରୁ ଉଦ୍ଧାର ବାର୍ହା । ପାଣି ପିଇବାକୁ ଆସି କୂଅରେ ଖସି ପଡ଼ିଥିବା ସୂଚନା ।
୮. ମାଆକୁ ଇଟାରେ ଛେଚି ହତ୍ୟା କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ବଡ଼ବିଲ ଥାନା ଗାଢହଟିଂ ଅଞ୍ଚଳରେ ।
୯. ବୁର୍ଲା ଭିମ୍ସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଭିମ୍ସାର ଡିନ୍ । ଆଣ୍ଟି ରାଗିଂ ସେଲ୍ କରିବେ ଘଟଣାର ତଦନ୍ତ ।
୧୦. ମୟୂରଭଞ୍ଜ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳରେ ପହଁଞ୍ଚିଲେ କେନ୍ଦ୍ରୀୟ ବିଶେଷଜ୍ଞ ଟିମ । ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ଏହି କେନ୍ଦ୍ରୀୟ ବିଶେଷଜ୍ଞ ଟିମ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍