You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୫୮୮ କରୋନା ପଜିଟିଭ ଚିହ୍ନଟ ।
୨. କରୋନା ଅକ୍ରାନ୍ତଙ୍କ ବ୍ୟାପକ ସଂକ୍ରମଣ ଆଶଙ୍କା ନେଇ ପୁରୀକୁ ଆସୁଥିବା ୫ଟି ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ।
୩. ଏଣିକି ପ୍ରଧାନଶିକ୍ଷକ ସ୍କୁଲରେ ପାଠପଢ଼ାଇବାକୁ ବାଧ୍ୟ । ଦିନକୁ ଅତି କମରେ ୨ଟି ପିରିଅଡ ପାଠ ପଢ଼ାଇବେ ପ୍ରଧାନ ଶିକ୍ଷକ ।
୪. ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ । ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିଲେ ଦଳୀୟ ନେତା ଓ କର୍ମୀ ।
୫. ଖୋର୍ଦ୍ଧା ଯାଆଁଳା ଫାଣ୍ଡିରେ ମହିଳାଙ୍କ କଙ୍କାଳ ଜବତ ଘଟଣା ।ମହିଳାଙ୍କ ପରିଚୟ ଦେଲେ ପୋଲିସ ଦେବ ପୁରସ୍କାର ।ଏନେଇ ପୋଲିସ କମିସନରଙ୍କୁ ଚିଠି ଲେଖିବେ ଭୁବନେଶ୍ବର ଡିସିପି ।
୬. କୂଅରେ ନନ୍ଦ ବସାଇବା ସମୟରେ ମାଟି ଅତଡା ଖସି ଶ୍ରମିକ ମୃତ । ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି ଢେଙ୍କାନାଳ କାମାଖ୍ୟାନଗରର ଆଳୁତୁମା ଗାଁରେ ।
୭. ଭୁବନେଶ୍ବରର ସିଲିକନ୍ ଶିକ୍ଷାନୁଷ୍ଠାନକୁ ସିଲ୍ କଲା ବିଏମସି । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ ହୋଇଥିବା ସୂଚନା ।
୮. ଝାରସୁଗୁଡ଼ାରେ ରାସ୍ତାରେ ପରିବା ଢାଳି ବ୍ୟବସାୟୀଙ୍କ ପ୍ରତିବାଦ । ଜିଲ୍ଲାରେ ପରିବା ବିକ୍ରି ସ୍ଥାନ ନିର୍ଦ୍ଧାରଣ ନହେବା ପାଇଁ ପ୍ରତିବାଦ । କୋଭିଡ ଯୋଗୁଁ ଜିଲ୍ଲାର ସବୁ ପରିବା ହାଟକୁ ବନ୍ଦ କରିଛି ପ୍ରଶାସନ ।
୯. କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଡ଼ଦାଣ୍ଡ ମିଶ୍ର ସାହିରେ ଅଗ୍ନିକାଣ୍ଡ, ଜଳିଗଲା ୧୬ ବଖରା ଘର ।
୧୦. ଭୁବନେଶ୍ବର ନୟାପଲ୍ଲୀର ରାଜ୍ୟ ଯୋଗାଣ ନିଗମ ଅଫିସ୍କୁ ୪୮ ଘଣ୍ଟା ପାଇଁ ସିଲ୍ କଲା ବିଏମସି। ୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ବିଏମସିର ପଦକ୍ଷେପ ।

ଅନ୍ୟମାନଙ୍କୁ ଜଣାନ୍ତୁ।