You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ଓଡିଶାରେ ୧୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୨ ମୃତ ।
୨. କୋଭିଡ କଟକଣା ମଧ୍ୟରେ ହେଉଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ । ୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୪ ଲକ୍ଷ ଭୋଟର୍ ।

୩. ବାଲେଶ୍ୱରରେ ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ ଜଣେ ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

୪. ଜମି ବିବାଦକୁ ନେଇ ପାଲିପାଟଣା ମାର୍ଥାପୁରରେ ପୋଲିସ ସାମ୍ନାରେ ହଣାହଣି, ୧୨ ଆହତ ଓ ୩ଗୁରୁତର ।

୫. କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ରଙ୍କା ବାହାଲ୍ ଗାଁରେ ତନ୍ତ୍ର ସାଧନା କରି ଗୁପ୍ତ ଧନ ଖୋଳୁଥିବା ବେଳେ ଗ୍ରାମ ବାସୀଙ୍କ ଦ୍ଵାରା ଦୁଇ ତାନ୍ତ୍ରିକ ଅଟକ ।

୬. ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲାପାଳଙ୍କ ନାଁରେ ମାଲକାନଗିରି ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହୋଇଛି ।
୭. ସାତକୋଶିଆ ଅ୍ରଭୟାରଣ୍ୟରେ ଆଖି ବୁଜିଲା ୨୫ ବର୍ଷର ଅସୁସ୍ଥ ମାଈ ହାତୀ ।
୮. ମହିଳା ସହକର୍ମୀଣି କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ବନ୍ଧା ହେଲେ ସୁନାବେଡା ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ ।
୯. ଢ଼େଙ୍କାନାଳରେ ୨ ଚୋରା କୋଇଲା ଟ୍ରକ ଜବତ କରିଛି ପୋଲିସ ।

୧୦ ଭୁବନେଶ୍ୱର ସହୀଦନଗରରେ ୨ଟିଦାମି କାରରୁ ୧୪ କେଜି ଗଞ୍ଜେଇ ଜବତ, ୨ ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।