You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୬୦୭୩ କରୋନା ପଜିଟିଭ ଚିହ୍ନଟ ଏବଂ ୧୦ମୃତ ।
୨. କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମେ ୧୫ ତାରିଖରୁ ପୁରୀ ଜିଲ୍ଲାର ମଠ, ମନ୍ଦିର, ମସ୍‌ଜିଦ ଓ ଚର୍ଚ୍ଚ ବନ୍ଦ ରଖିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ।
୩. ଆଜିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ । ଆସନ୍ତା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ନାମ ଲେଖା ଜାରି ।
୪. ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ । କାଲିଠାରୁ ହେବ ପଞ୍ଜୀକରଣ ।
୫. ରାଜ୍ୟରେ ଟିକା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବିଳମ୍ବ ହୋଇପାରେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ।
୬. ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ବିଧାନସଭା ଉପନିର୍ବାଚନ ବନ୍ଦ କରିବାକୁ କଂଗ୍ରେସର ଦାବି । ଏନେଇ ଆଜି ନିର୍ବାଚନ କମିଶନରଙ୍କ ସହ ସାକ୍ଷାତ କରିବ ରାଜ୍ୟ କଂଗ୍ରେସ ।
୭. ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣିଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ନଦୀବନ୍ଧରେ ।
୮. ନବରଙ୍ଗପୁର କୋଷଗୁମୁଡ଼ା ବ୍ଲକ ବାଙ୍କୁଲି ଭଣ୍ଡିମାଲରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା । ଗଛରୁ ଅଭିଯୁକ୍ତ ସ୍ବାମୀର ଝୁଲନ୍ତା ମୃତଦେହ ଉଦ୍ଧାର ।
୯. ବ୍ରହ୍ମପୁରରେ ୩ଟି କୋଚିଂ ସେଣ୍ଟର ସିଲ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍ ।
୧୦. ରାଜ୍ୟରେ ଅସହ୍ୟ ତାପମାତ୍ରା । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୩ ଡିଗ୍ରି ରେକର୍ଡ ।

ଅନ୍ୟମାନଙ୍କୁ ଜଣାନ୍ତୁ।