You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୩୭୨ କରୋନା ପଜିଟିଭ ଚିହ୍ନଟ ଏବଂ ୧୭ ମୃତ ।
୨. କରୋନା ସଂକ୍ରମଣ ଭୟରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ସୂଚନା ଦେଲା ଗଣଶିକ୍ଷା ବିଭାଗ ।
୩. ଭୁବନେଶ୍ୱର ଅନ୍ଧାରୁଆରେ ହେବ କରୋନା ଟିକା । ଭାରତ ବାୟୋଟିକକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଟିକା ପାଇଁ ୩୦୦ କୋଟି ଟଙ୍କା ନିବେଶ କରାଯିବ ।
୪. ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟାରୁ ଏକ କୋଟି ଟଙ୍କାର ଏକ କେଜିରୁ ଅଧିକ ଡ୍ରଗ୍ସ ଜବତ ।

୫. ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ନିକଟସ୍ଥ କାଳିଆଷଣ୍ଢ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର । ଶବ ନିକଟରୁ ପଡ଼ିଥିବା ଭୋଟର ପରିଚୟପତ୍ରରୁ ମିଳିଲା ଠିକଣା ।
୬. ଗଞ୍ଜାମ ଜିଲ୍ଲା ସୋରଡା ଥାନା ଗୋପାଳପୁର ଗ୍ରାମରେ ପାରିବାରିକ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୫ ଗୁରୁତର ।

୭. ବିଏମସିରେ ଚାକିରି କରେଇ ଦେବା ନେଇ ୫ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ ।
୮. କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଗାମୀ ୯ ତାରିଖରୁ ଏଆଇସିସି ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ଚାଷ ବଞ୍ଚାଅ ରାଲି କରାଯିବ ।
୯. କଳାହାଣ୍ଡି ଜିଲ୍ଲା ଆମପାଣି ବୁଢ଼ାରାଜାଙ୍କ ପ୍ରସିଦ୍ଧ ଦଶରା ପର୍ବ । ଅନୁଷ୍ଠାନରେ ୧୪୪ଧାରା ଜାରି ।

୧୦. ରାଜ୍ୟରେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ । ସୋନପୁରରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ।

ଅନ୍ୟମାନଙ୍କୁ ଜଣାନ୍ତୁ।