You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜିଠୁ ଖୋଲିଲା ଶ୍ରୀମନ୍ଦିର, ପରିଚୟ ପତ୍ର ଦେଖାଇ କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର ।
୨ . ଆଜି ରାଜ୍ୟରୁ ୧୧୦୭ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୬୭ ମୃତ ।
୩ . ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ଅଫଲାଇନ ଖାତା ମୂଲ୍ୟାୟନ । ୭ ଜିଲ୍ଲାରେ ୯ ଟି କେନ୍ଦ୍ରରେ ଚାଲିଛି ମୂଲ୍ୟାୟନ ।
୪ . ଆଜିଠୁ +୨ ନାମଲେଖା ପାଇଁ ଲନ୍‌ଲାଇନ୍‌ ଆବେଦନ‌ ପ୍ରକ୍ରିୟା ଆରମ୍ଭ, ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିବେ ଛାତ୍ରଛାତ୍ରୀ ।
୫ . ଅଗଷ୍ଟ ୧୬ରେ ପୁରୀ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ପୁରୀ-କୋଣାର୍କ ରେଳପଥ ନେଇ ହୋଇପାରେ ଘୋଷଣା ।
୬ . ଷ୍ଟେଟ ଫରେନସିକ ସାଇନ୍ସ ଲାବ୍ରୋଟାରିର ନୂତନ ବିଲ୍ଡିଂ ଉଦ୍‌ଘାଟନ କଲେ ପୋଲିସ ଡିଜି ଅଭୟ ।
୭ . ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ଅଧୀକ୍ଷଣ ବିଭାଗର ଡିଭିଜନାଲ ଆକାଉଣ୍ଟାଣ୍ଟ ସୁମିତ କୁମାର, ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ।
୮ . ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ରାଜକନିକା ଭାରିଗଦାରେ ପୋଲିସ ଓ ପ୍ରକଳ୍ପ ବିରୋଧୀ ମୁହାଁମୁହିଁ ।
୯ . ସ୍ତ୍ରୀ ଉପରକୁ ଏସିଡ଼ ମାଡ଼ କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ଧଉଳି ଅଞ୍ଚଳରେ ।
୧୦ .ଝାରସୁଗୁଡା ମାଲିଡିହି ଗାଁ ନିକଟରେ ଜଣକ ଘର ଭିତରକୁ ପଶିଲା ଚଳନ୍ତା ଟ୍ରକ, ଜଣେ ମହିଳା ଆହତ, ୨ ଗାଇ ମୃତ ।

ଅନ୍ୟମାନଙ୍କୁ ଜଣାନ୍ତୁ।