You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୧୯ ମୃତ |
୨. ଆଜି ପବିତ୍ର ମାଘ ପୁର୍ଣିମା, ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ |
୩. ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ଵାଚନ, ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନ, ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨,୩୭୯ ୱାର୍ଡମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ |
୪. କୃଷ୍ଣପ୍ରସାଦ ଅଲଣ୍ଡା ପଂଚାୟତର ୪ ନମ୍ବର ବୁଥରେ ମତଦାନବେଳେ ସଂଘବଦ୍ଧ ଆକ୍ରମଣ, ୩୦ରୁ ଅଧିକ ଆହତ |
୫. କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନି ନମିତା ବେହେରା ମୃତ, ମୃତ୍ୟୁର କାରଣ ଅସ୍ପଷ୍ଟ, ନିର୍ବାଚନ ସ୍ଥଗିତ ।
୬. ପୁରୀ ଜିଲ୍ଲା ବ୍ରହ୍ମଗିରିରେ ନିର୍ବଚନୀ ହିଂସା, ଚାପମାଣିକ ପଞ୍ଚାୟତର ବେଢ଼ାସୁନ୍ଦର ବୁଥରୁ ବାଲାଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ ।
୭. ମୟୂରଭଞ୍ଜ ଜିଲ୍ଲା ଯଶୀପୁରର ପଦଗଡ଼ାରୁ ବଜ୍ରକାପ୍ତା କାତି ସାଢ଼େ ତିନି କେଜି, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା ଓ ୪୬ଟି ଶୁଆ ଜବତ, ଜଣେ ଗିରଫ |
୮. କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଳବେଡ଼ାରେ ହାଇଓ୍ୱାକୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ଗୁରୁତର |
୯. ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାହାଜଭଟ୍ଟା ସାହିରେ ଅଭାବନୀୟ ଘଟଣା, ନିର୍ବାଚନ ପ୍ରଚାର କରିବା ବାହାନାରେ ଆସି ଡକାୟତି, ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ |
୧୦. କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ୍ ମାଧପୁର ଗାଁରେ ଅଭାବନୀୟ ଘଟଣା, ଶୌଚ ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର |

ଅନ୍ୟମାନଙ୍କୁ ଜଣାନ୍ତୁ।