You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୪ ମୃତ ।
୨. ବିଜେଡି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବିଜୁ ଜନତା ଦଳରୁ ବହିଷ୍କୃତ ।
୩. ୪ଶହ ବର୍ଷ ପରେ ମହାକାଶରେ ଦୃଷ୍ଟିମାନ ହେବ ଶନି ଓ ବୃହସ୍ପତିଙ୍କ ମହାମିଳନ । ଡିସେମ୍ବର ୨୧ ତାରିଖରେ ଏହି ବିରଳ ଚିତ୍ର ଦୃଶ୍ୟମାନ ହେବ। ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରି ରହିବ ।
୪. ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ମାମଲା । ବାରିପଦା ଭୁଗୁଡାକଟାଠାରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ମୁରୁଜରେ ଅଙ୍କା ଯାଇଥିବା ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ଚିତ୍ରକୁ ପାଦରେ ମାଡିଦେଇଥିଲେ ଅପରାଜିତା ।
୫. ଭିମସାରରେ ଆଇସିୟୁ ରାକେଟ : ଗୁରୁତର ରୋଗୀଙ୍କୁ ମକ୍ଟଳରନତ ଆଇସିୟୁ ସୁବିଧା ।
୬. ନକଲି ନୋଟ ଛାପୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡା ପୋଲିସ ।
୭. ବଲାଙ୍ଗୀର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକ ଅଞ୍ଚଳରେ ହାତୀଙ୍କ ଉପଦ୍ରବ । ୩୦ ଟି ହାତୀ ଏହି ଦୁଇ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।
୮. ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ। ୪ ଜଣ ଗ୍ରାମବାସୀ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା, ନଦିଗାଁ ପଞ୍ଚାୟ, ହରିଡ଼ାପଡ଼ା ଅଞ୍ଚଳରେ।
୯. ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ନନ୍ଦିସାହିରେ ହୋଇଛି ଅଗ୍ନିକାଣ୍ଡ । ପୋଡ଼ି ପାଉଁଶ ହୋଇଯାଇଛି ୪ ବଖରା ଘର ।
୧୦. ରାଜ୍ୟରେ ଶୀତ ବଢ଼ିବା ଆରମ୍ଭ ହୋଇଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। ଗତକାଲି ରାଜ୍ୟର ୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଥିବା ବେଳେ ଆଜି ୫ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।