You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ ନୂଆ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୪ ମୃତ ।
୨. ୧୫ ତାରିଖରେ ଅନୁଷ୍ଠିତ ହେବ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ।
୩. ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଗଲେ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ।
୪. ଚୋରାବେପାର ଚଳାଉଥିବା ୨ ଭାଇଙ୍କୁ ଗିରଫ କଲା ପୋଲିସ । ଏପରି ଘଟଣା ଘଟିଛି
ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମରେ ।
୫. ଜେନେରେଟର ଲାଗିଥିବା ରୁମରେ ଶୋଇ ଚାଲିଗଲା ୨ ଜଣଙ୍କ ଜୀବନ । ମୃତକଦ୍ୱୟ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦) ।
୬. ବିବାହ ଭୋଜିକୁ ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗାଁର ଏକ କୂଅରୁ ମିଳିଛି ମୃତ ଦେହ । ମୃତ ଯୁବକ ଜଣକ ହେଲେ ନିରାକାରପୁରର ବିକାଶ ସାହୁ ।
୭. ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଅଞ୍ଚଳରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ, ୨ ଗିରଫ ।
୮. ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ଚାଲିଗଲା ଜୀବନ । ମୃତକ ଜକ ହେଲେ ବ୍ୟାଡମିଣ୍ଟନ ଖେଳାଳି ତଥା ଆଇନଜୀବୀ ଟି ଆର୍ ଜଗନ୍ନାଥ ।

୯. କଟକ ଆଠଗଡ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳିମାଡ଼ ଲୁଟି ନେଲେ ଲକ୍ଷେ ଟଙ୍କା ।
୧୦. ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ଚଢାଉ, ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ।

ଅନ୍ୟମାନଙ୍କୁ ଜଣାନ୍ତୁ।