You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୦୦ କରୋନା ପଜିଟିଭ ଚିହ୍ନଟ ଏବଂ ୪ ମୃତ ।
୨. ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ
ପ୍ରଶାସନର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ । ୧୪ ତାରିଖ ଯାଏଁ ଚାଲିବ ନୀତିକାନ୍ତି ।
୩. ୫ ଦିନ ପରେ ମିଳିଲା ନିଖୋଜ ୩ ବର୍ଷୀୟା ସ୍ବାତୀର ମୃତଦେହ, ବଧିପାଟଣା ଗାଁ ପୋଖରୀରୁ ଉଦ୍ଧାର ।

୪. ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ । ଦେହରେ କିରାସିନି ଢାଳି, ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ । ଉଦ୍ଧାର କଲେ ଧାରଣାରେ ବସିଥିବା ଅନ୍ୟ ଏଏନଏମ ସହଯୋଗୀ ।
୫. ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ଏସ୍ଆଇଟି ।

୬. କପିଳାସ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବା ପାଇଁ ଖଞ୍ଜାଯିବ କ୍ୟାମେରା ।
୭. ଭାରୀଯାନ ଚଳାଚଳ ବନ୍ଦ ଦାବିରେ ବନ୍ଧମୁଣ୍ଡା-ଝାରଖଣ୍ଡ ମୁଖ୍ୟ ରାସ୍ତା ଅବରୋଧ ।
୮. ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।
୯. ହତ୍ୟା କରି ସୁନା ଚେନ୍ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମରେ ।
୧୦. ରାଜ୍ୟରେ୧୮ ରୁ ବଢିବ ଶୀତ । ୧୬ ତାରିଖ ରାଜ୍ୟର ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ସମ୍ଭାବନା ।

ଅନ୍ୟମାନଙ୍କୁ ଜଣାନ୍ତୁ।