ANS SUPERFAST [email protected]

୧. ଆଜି ରାଜ୍ୟରୁ ୪୦୭ କରୋନା ପଜିଟିଭ ଚିହ୍ନଟ ଏବଂ ୫ ମୃତ ।
୨. ହାଇକୋର୍ଟରେ ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କଲେ କ୍ରାଇମବ୍ରାଞ୍ଚ ଏଡିଜି । ଜାନୁଆରିରେ ମାମଲାର ପରବର୍ତ୍ତୀ ଶୁଣାଣି ।

୩. ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବେ ଆକାଶ ପାଠକ । ୫ ଦିନିଆ ରିମାଣ୍ଡ ଶେଷ ପରେ ଆଜି ହାଜର କରିବ କ୍ରାଇମବ୍ରାଞ୍ଚ ।
୪. ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସରେଡ ।
୫. କରୋନା ସଂକ୍ରମଣ କାରଣରୁ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନକୁ ବାତିଲ କରାଯାଇଛି। ଆସନ୍ତା ଜାନୁଆରୀରେ ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ଫେବ୍ରୁଆରୀ ୧ରେ ବଜେଟ ଆଗତ କରାଯିବ।

୬. ବଡ଼ଦିନ ପାଇଁ ରାଜଧାନୀରେ ଚର୍ଚ୍ଚ ଖୋଲିବ। ସହରରେ ଥିବା ସମସ୍ତ ଚର୍ଚ୍ଚ ଖୋଲିବାକୁ ବିଏମ୍ସି ଅନୁମତି ଦେଇଛି। ହେଲେ ଜିରୋ ନାଇଟ୍ ସେଲିବ୍ରେସନ୍କୁ ମିଳିଲାନି ଅନୁମତି । ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମ୍ଚନ୍ଦ୍ର ଚୌଧୁରୀ ।

୭. କୋରାପୁଟ ପଟାଙ୍ଗୀ ଥାନା ସିପାଇପୁଟ ନିକଟରେ ୨ ଟ୍ରକ ମୁହାଁମୁହିଁ ଧକ୍କା,୨ ଟ୍ରକ୍ର ଡ୍ରାଇଭର ମୃତ ହୋଇଥିବା ସୂଚନା ମିଳିଛି ।

୮. ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳରେ ଇନ୍ଦ୍ରାବତୀ ବିସ୍ଥାପିତ ସଂଘ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା । ବିସ୍ଥାପିତଙ୍କ ସମସ୍ୟା ଓ ପାରିପାର୍ଶିକ ଉନ୍ନତି ଦାବିରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି ।
୯. ନିର୍ମାଣ ଚାଲିଥିବା ବେଳେ ଦବିଗଲା ପୋଲ । ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଆମଲିପାଣିରେ ଦେଖିବାକୁ ମିଳିଛି

୧୦. ଆସନ୍ତା ୧୮ ତାରିଖ ରାତିରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବା ସମ୍ଭାବନା ଅଛି । ଆଜି ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।

Leave A Reply

Your email address will not be published.