ANS SUPERFAST [email protected]
୧. ଆଜି ରାଜ୍ୟରେ ୩୫୧ କରୋନା ପଜିଟିଭ ଚିହ୍ନଟ ଏବଂ ୫ ମୃତ ।
୨. ଜାନୁଆରୀ ୩ରେ ଖୋଲିବ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମନ୍ଦିର। କୋଭିଡି ଗାଇଡ଼ ଲାଇନ ଅନୁସାରେ ମନ୍ଦିରକୁ ଯିବାକୁ ଭକ୍ତଙ୍କୁ ମିଳିବ ଅନୁମତି ।
୩. ସ୍ମାର୍ଟସିଟିରେ ବସ୍ତିବାସୀଙ୍କୁ ମିଳିବ ପକ୍କା ଘର, ପ୍ରଥମ ପର୍ୟ୍ୟାୟରେ ୪ ବସ୍ତିର ବାସିନ୍ଦାଙ୍କୁ ମିଳିବ ୫୦୦ ଗୃହ ।
୪. ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡର ଆଜି ଶେଷ ଦିନ । ଏସଡିଜେଏମ କୋର୍ଟରେ ହାଜର ହେବେ ପ୍ରଦୀପ ପାଣିଗ୍ରାହୀ ।
୫. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ ।
୬. ସୋନପୁର ଫରେଷ୍ଟ ପାର୍କ ନିକଟରେ ୩ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଣେ ମୃତ, ୪ ଆହତ ।
୭.ହାତ ଗୋଡ଼ ବାନ୍ଧି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ନୃଶଂସ ହତ୍ୟାକାଣ୍ଡ ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି।
୮. ଦିଗପହଣ୍ଡି ମୁଖ୍ୟ ରାସ୍ତା ପାର୍ଶ୍ୱରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ। ମୃତ ବ୍ୟକ୍ତିଙ୍କ ମୁହଁରେ ପଲିଥିନ୍ ଘୋଡା ଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ ।
୯. ମାଥିଲି ବ୍ଲକ୍ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ନକ୍ସଲମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ୩ଟି ଗାଡ଼ି ପୋଡ଼ିଦେଇଛନ୍ତି ।
୧୦.କନ୍ଧମାଳରେ ପୁଲିସ ଏନ୍କାଉଣ୍ଟରେ ନିହତ ମହିଳା କ୍ୟାଡ଼ର୍ ମାଓବାଦୀର ପରିଚୟ ମିଳିଲା ନାହିଁ ଏବଂ ଏହି ଅପରିଚିତ ମହିଳା ମାଓବାଦୀର ଶବ ପୋତିଲା ପୁଲିସ ।