You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୫୮ କରୋନା ପଜିଟିଭ ଚିିହ୍ନଟ ଏବଂ ୪ ମୃତ ।
୨. ଖୋଲିବ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ହେବ ଟୋକନ ବ୍ୟବସ୍ଥା । ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ହେଉଛି ଏସଓପି, ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।
୩. ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ହେବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ।

୪. କନ୍ଧମାଳ ଖଜୁରିପଡ଼ା ଥାନା ଗାଡିଆ ପଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୫ରୁ ଅଧିକ ଆହତ ।
୫. ଦୀର୍ଘ ୧୩ ଦିନ ପରେ ଉଦ୍ଧାର ହେଲେ ଯୁବତୀ । ଅପହରଣ କରିଥିବା ଯୁବକ ଅବଦୁଲ ସେହମତ ଖାଁକୁ ଗିରଫ କରିଛି ପୋଲିସ ।
୬. ନୟାଗଡ଼ରୁ ୧୫ ଗ୍ରାମର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତର ନାମ ନିରଞ୍ଜନ ମହାରଣା ଗିରଫ ।
୭. ରାଉରକେଲା ପାନପୋଷ ରେଳବାଇ ଓଭର ବ୍ରିଜ ନିକଟରୁ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିଛି ପୋଲିସ, ମୃତ ବ୍ୟକ୍ତିଙ୍କ ପରିଚୟ ଅଜଣା ।
୮. କଟକରେ ଡି-ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଗୁଳି ଜବତ । ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସର ଆବେଦନ । କଟକ ଏସଡିଜେଏମ କୋର୍ଟରେ ଆବେଦନ କଲା ପୋଲିସ ।
୯. ଗଞ୍ଜାମ ଆସିକା ଗାଙ୍ଗପୁର ଗାଁରେ କଙ୍ଗାରୁ କୋର୍ଟ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକକୁ ମାଡ଼ ମାରିବା ସହିତ ଲଣ୍ଡା କରି ଗାଁ ସାରା ବୁଲାଇଲେ ଗାଁ ଲୋକେ ।

୧୦. ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରି ପର‌୍ୟ୍ୟନ୍ତ ଖସିବ୧୯ ତାରିଖ ପରଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।