ANS SUPERFAST [email protected]
୧. ଆଜି ରାଜ୍ୟରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୪ ମୃତ ।
୨. ୩ରେ ଗଞ୍ଜାମ, ୫ରେ ଚିଲିକାରେ ହେବ ପକ୍ଷୀଗଣନା ।
୩. ଆଜି ପ୍ରେସମିଟରେ ଚର୍ଚ୍ଚିତ ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କିନ୍ତୁ ଏହାକୁ ଅସ୍ୱୀକାର ଓ ମନଗଢ଼ା କହିଛନ୍ତି ପରୀର ବାପା ଅଶୋକ ସାହୁ ।
୪. ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲା ନକ୍ସଲ ରାତାରାତି ପରିବାର ସହ ଭାଁ ଛାଡିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି।
୫. ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଏଝଞ ଅଫିସରେ କାର୍ୟ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ୍ ।
୬. ବାଲ୍ୟବନ୍ଧୁଙ୍କୁ ମାରିଦେଲେ ବୃଦ୍ଧ । ଏଭଳି ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗାଁରେ ।
୭. କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ ।
୮. ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜଧାନୀ ଭୁବନେଶ୍ବରସ୍ଥିତ ଆର୍ ଆଣ୍ଡ ବି ଡିଭିଜନ୍ର ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ।
୯. ଘନକୁହୁଡି ଯୋଗୁ ରାସ୍ତା ଦୃଶ୍ୟମାନ ନହେବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟ୍ରକ । ହେଲପର ମୃତ, ଡ୍ରାଇଭର ଆହତ ।
୧୦. ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ ।