You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୩୩୪ କରୋନା ପଜେଟିଭ୍‌ ଚିହ୍ନଟ ହୋଇଥିବାବେଳେ, ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
୨. ଆଜି ବିଜେଡ଼ିର ୨୪ତମ ପ୍ରତିଷ୍ଠା ଦିବସ । ଟ୍ୱିଟ୍‌ ମାଧ୍ୟମରେ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା ।
୩. ରାଜ୍ୟକୁ ଫେରିଛି କଣ୍ଟେନମେଣ୍ଟ । ପୁଣିଥରେ ରାଜ୍ୟର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
୪. ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗାଁରେ ହାତୀ ଆକ୍ରମଣରେ ନାବାଳକ ମୃତ ଓ ଅନ୍ୟଜଣେ ଗୁରୁତର ।
୫. କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବନ୍ଧୁକ ମୁନରେ ୪୦ଭରି ସୁନା ଲୁଟ୍‌ । ପୋଲିସର ତଦନ୍ତ ଜାରି ।
୬. ବ୍ରିଟେନରୁ ବ୍ରହ୍ମପୁରକୁ ଫେରିଛନ୍ତି ୫ ବ୍ୟକ୍ତି । ତାଙ୍କ ମଧ୍ୟରୁ ୩ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି ।
୭. ପୁରୀ ସହରର ବ୍ୟବସାୟୀଙ୍କୁ ନିର୍ଦ୍ଦେଶ, ଦୋକାନ ସମ୍ମୁଖରେ ରଖିବେ ଦୁଇଟି ଡଷ୍ଟବିନ । ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
୮. ଘରୋଇ କଳହକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ଘଟଣା । ଭଦ୍ରକରେ ନାତୁଣୀ ହେମଦସ୍ତା ମାଡ଼ରେ ଆଇ ମୃତ ।
୯. କଟକ ଡି ବ୍ରଦର୍ସଙ୍କ ଘରେ ଆଜି ପୁଣିଥରେ ହୋଇପାରେ ରେଡ଼ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତିକ ସିଂ ।
୧୦. ଶୀତରେ ଥରୁଛି ଓଡ଼ିଶା । ୧୦ ଡିଗ୍ରୀ ତଳେ ୯ଟି ସହରର ତାପମାତ୍ରା ।

ଅନ୍ୟମାନଙ୍କୁ ଜଣାନ୍ତୁ।