You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୩୧୫ କରୋନା ଅକ୍ରାନ୍ତ ଚିହ୍ନଟ ଏବଂ ୨ ମୃତ ।
୨. ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ସାରା ରାଜ୍ୟରେ ଜାରି ରହିବ ନାଇଟ କର୍ଫ୍ୟୁ । ଏନେଇ ଟ୍ୱିଟ କରି ଜଣାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
୩. ଟ୍ବିନ୍ ସିଟିରେ ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ, ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ ।
୪. ୩୫ ଆଇଏଏସଙ୍କୁ ପଦୋନ୍ନତି, ସଞ୍ଜିବ ଚୋପ୍ରା ହେଲେ ଅତିରିକ୍ତ ମୁଖ୍ୟ ସଚିବ ।
୫. ଫେବୃଆରୀ ୧୫ ଯାଏ ବଢ଼ିଲା ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ ଅବଧି । ଜାନୁଆରି ୧ରୁ ବାଧ୍ୟତାମୂଳକ ହୋଇଥାନ୍ତା ଫାସ୍‌ଟ୍ୟାଗ୍।
୬. ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୮ ଜଣ । ବର୍ତ୍ତମାନ ସୁଦ୍ଧା ୭ ଜଣ ପଜିଟିଭ୍ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
୭. ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓ ବିହାରୀ ଲାଲ ବାରିକ ଏବଂ ବିଡିସିସି ବ୍ୟାଙ୍କର ମ୍ୟାନେଜ ସାଗର ରଣାଙ୍କ ଘର ଏବଂ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ ।
୮. କୋରାପୁଟ ବୋରିଗୁମ୍ମାରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ।
୯. କଟକ ନକଲି ପନିର୍ ବ୍ୟବସାୟ ମାମଲା, ଜଣେ ଗିରଫ ।
୧୦. ରାଜ୍ୟରେ ଏବେ ବି ଶୀତର ପ୍ରକୋପ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୨ଟି ସହର । ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।