You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ କରୋନା ସ୍କେଲ ତଳ ମୁହାଁ । ୨୪ ଘଣ୍ଟା ମଧ୍ୟରେ ୧୯୨ ଆକ୍ରାନ୍ତ ଚିହ୍ନଟ, ୩ ମୃତ ।
୨. ଆଜି ସର୍ବସାଧାରଣଙ୍କ ନିମନ୍ତେ ଖୋଲିଛି ଶ୍ରୀମନ୍ଦିର ସମେତ ଅନେକ ଧର୍ମାନୁଷ୍ଠାନ । କରୋନା କଟକଣାକୁ ମାନିବା ବାଧ୍ୟତାମୂଳକ କରାଯାଇଛି ।
୩. ସ୍କୁଲ ଖୋଲିବାକୁ ନିଷ୍ପତ୍ତି ମିଳିଥିବାବେଳେ, ଏବେ ସ୍କୁଲ ପରିସର ତ୍ତରେ ଥିବା ହଷ୍ଟେଲ ଖୋଲିବା ନେଇ ମଧ୍ୟ ମିଳିଛି ନିଷ୍ପତ୍ତି ।
୪. ତାସ୍‌ ଖେଳକୁ କେନ୍ଦ୍ର କରି ଘଟିଛି ଅଘଟଣ । ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳର ଜଣେ ନାବାଳକ ଆଉ ଜଣେ ଯୁବକଙ୍କୁ ହତ୍ୟା କରିଛି ।
୫. ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କ ହତ୍ୟା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୂଳମଣିଙ୍କ ସହଯୋଗୀ ହୋଇଥିବା ସୂଚନା ।
୬. ଆଜିଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ପ୍ରଥମେ ପୁରୀ ଜିଲ୍ଲାର ବ୍ରହ୍ମଗିରି ରେଞ୍ଜରୁ ଆରମ୍ଭ ।
୭. ରାଜ୍ୟର ୩୧ଟି ହସ୍ପିଟାଲରେ ଚାଲିଛି ଟୀକାକରଣର ପ୍ରାକ ଅଭ୍ୟାସ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସାମିଲ ।
୮. କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ।
୯. ପୁଣି ନଜରକୁ ଆସିଛି ବିଚାରାଧୀନ କଏଦୀ ମୃତ୍ୟୁ ଘଟଣା । କେନ୍ଦ୍ରପଡ଼ା ସବ୍‌ ଜେଲରେ ଏଭଳି ହୋଇଥିବା ଜାଣିବାକୁ ମିଳିଛି ।
୧୦. ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।