You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୯୮ କରୋନା ପଜିଟିଭ ଚିହ୍ନଟ ଏବଂ ୨ ମୃତ ।
୨. ଦୀର୍ଘ ୯ ମାସ ବ୍ୟବଧାନରେ ଖୋଲିଲା ଦ୍ୱିତୀୟ ଶୀକ୍ଷେତ୍ର । କୋଭିଡ କଟକଣା ଅନୁଯାୟୀ ସକାଳୁ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ମିଳିଛି ପ୍ରବେଶ ଅନୁମତି ।

୩. ଆଜି ବ୍ରହ୍ମପୁରର କେନ୍ଦ୍ରସ୍ଥଳୀରେ ଥିବା ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ୟ୍ୟକରଣ କାର୍ଯ୍ୟକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୪. ‘ମୋ ସାଇକେଲ’ ଆପ୍‌ କୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ଏବଂ ଭୁବନେଶ୍ୱର ମହାନଗର ନିଗମ । ଫେବୃଆରୀରେ ହେବ କାର୍ଯ୍ୟକାରୀ
୫. ଆଜିଠାରୁ ଆରମ୍ଭ ହେଲା ଚିଲିକାରେ ପକ୍ଷୀଗଣନା । ୨୧ଟି ଟିମ୍ ଓ ୧୧୧ କର୍ମଚାରୀ ନିୟୋଜିତ ।
୬. ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ରାଜ୍ୟରେ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ।
୭. ନିଖୋଜ ଥିବା ବିର୍ଜୁ କୁଲୁଙ୍କ ପତ୍ତା ମିଳିଲା । ତାଳଚେରରୁ ବିର୍ଜୁଙ୍କୁ ଠାବ କରାଯାଇଥିବା ସୂଚନା ଦେଲେ ସୁନ୍ଦରଗଡ଼ ଏସପି । ନଭେମ୍ବରରେ ପାକିସ୍ତାନ ଜେଲ୍ରୁ ଫେରିଥିଲେ ବିର୍ଜୁ କୁଲୁ ।
୮. ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ପୋକ୍ସୋ କୋର୍ଟରେ ଅଭିଯୁକ୍ତ ସରୋଜ ସେଠୀକୁ ହାଜର କଲା ଏସଆଇଟି । ସରୋଜର ନାର୍କୋ ଟେଷ୍ଟ ନେଇ ଆଜି ହେବ ଶୁଣାଣି ।

୯. ଭଦ୍ରକ ଏସ୍ପି ଚରଣ ସିଂ ମୀନାଙ୍କ କାରକୁ ଭଣ୍ଡାରିପୋଖରୀ ଛକ ନିକଟରେ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି । କିନ୍ତୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି ।
୧୦. ବୌଦ୍ଧ ଓ କନ୍ଧମାଳ ସମେତ ୪
ଉପକୂଳ ଜିଲ୍ଲା ଯଥା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧାରେ ଆସନ୍ତା ୩ ଦିନ ଘନ କୁହୁଡ଼ି ଦେଖାଯିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।