You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୨୩୧ କରୋନା ପଜିଟିଭ ଚିହ୍ନଟ ଏବଂ ମୃତକଙ୍କ ସଂଖ୍ୟା ଶୂନ ।
୨. ମାଟ୍ରିକ୍ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନଲାଇନରେ ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁଆରୀ ୧୦ରୁ ଫେବୃଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ।
୩. ଓଡ଼ିଶାରେ ଉଦଘାଟିତ ହୋଇଛି ଦେଶର ସର୍ବ ପ୍ରଥମ ଫାୟାର ପାର୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନୀ କାର୍ଯ୍ୟ ସଂପର୍ଣ୍ଣ ।

୪. କଟକରେ ନକଲି ଚା’ ପତି କାରଖାନା ଠାବ । ସଦର ଥାନା ମୁକାମେଶ୍ବର ଅଞ୍ଚଳରେ ଠାବ କଲା ପୋଲିସ । ୪୦ କ୍ବିଣ୍ଟାଲ ଅପମିଶ୍ରିତ ଚା’ ଗୁଣ୍ଡ ଜବତ, ଜଣେ ଗିରଫ ।
୫. କେନ୍ଦ୍ରାପଡ଼ା ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ, ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା, ୧୬ଟି ଟିମ୍ ନିୟୋଜିତ ।

୬. କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହେବା ସହ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ।
୭. ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିବା ବାଘୁଣୀ ଆନିନୀର ମୃତ୍ୟୁ ହୋଇଛି । ଏକ ମାସ ଧରି ଅସୁସ୍ଥ ଥିଲା ବାଘୁଣୀ ଆନିନୀ ।

୮. ବାର୍ଡ ଫ୍ଲୁ ଆଶଙ୍କାରେ ଭିତରକନିକାରୁ ୬୪ ନମୁନା ସଂଗ୍ରହ । ବିଭିନ୍ନ ଗାଁରୁ ୧୦୦ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ।
୯. ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
ଦନ୍ତା ଆକ୍ରମଣରେ କନ୍ତିଓକାଟେଣୀ ଗାଁର ଭୁବୁନା ସାହୁ ମୃତ । କନ୍ତିଓକାଟେଣୀ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କଲେ ଗ୍ରାମବାସୀ ।
୧୦. ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ । ଅଭିଯୁକ୍ତ କୈଳାସ ଖଟୁଆକୁ ଗିରଫ କଲା ମାହାଙ୍ଗା ପୋଲିସ । ଗିରଫ ସଂଖ୍ୟା ୫କୁ ବୃଦ୍ଧି ।

ଅନ୍ୟମାନଙ୍କୁ ଜଣାନ୍ତୁ।