You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧ ମୃତ ।
୨. ଦୀର୍ଘ ୯ ମାସ ପରେ କଟକ ଜିଲ୍ଲାରେ ଖୋଲିଲା ଧର୍ମାନୁଷ୍ଠାନ । ସାନିଟାଇଜ ପରେ କାଲିଠାରୁ ସାଧାରଣ ଦର୍ଶନ, ଥର୍ମାଲ ସ୍କ୍ରିନିଂ ଓ ମାସ୍କ ବାଧ୍ୟତାମୂଳକ ।
୩. ଆସନ୍ତାକାଲିଠାରୁ କୋଭିଡ ଗାଇଡଲାଇନ୍ ଅନୁସାରେ ସାରା ରାଜ୍ୟରେ ଖୋଲିବ ସ୍କୁଲ। ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ବାଧ୍ୟତାମୂଳକ ରହିଛି ।
୪. ଆଜି ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ । ଡ୍ୟାମ ଭିତରକୁ ଯାଇ ପକ୍ଷୀ ଗଣନା କରୁଛନ୍ତି ବନ ବିଭାଗ କର୍ମଚାରୀ।

୫. ଖୋର୍ଦ୍ଧା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର ଏକ ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମୃତ୍ୟୁ, କାରଣ ଅସ୍ପଷ୍ଟ ।
୬. ଖୋର୍ଦ୍ଧା ବାଇପାସ ନିକଟ NHରୁ ବ୍ରାଉନସୁଗାର ଜବତ, ୧ କେଜି ୩୧୦ ଗ୍ରାମ୍ ବ୍ରାଉନସୁଗାର ସହ ଅଭିଯୁକ୍ତ ଏସ୍.କେ ଅନୱାରକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF ।
୭. ବୋଲେରୋ ସହ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମାରଣାସ୍ତ୍ର ଜବତ । ଚଢ଼ାଉ କରି
ଜବତ କରିଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ପୁଲିସ ଓ ଅବକାରୀ ବିଭାଗ ।
୮. ଲାଇସେନ୍ସ ସର୍ତ୍ତାବଳୀ ଅନୁସାରେ ଠିପି ଖୋଲା ମଦ ଦୋକାନ, ବାର୍ ଓ ରେଷ୍ଟୁରାଣ୍ଟଗୁଡ଼ିକ ମଦ ବିକ୍ରି କରିପାରିବା ସହ ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବରେ ମଦ ପିଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
୯. ଗଞ୍ଜାମ ବୁଗୁଡ଼ା ଇଣ୍ଡିଆନ ବ୍ୟାଙ୍କରେ ଅଗ୍ନିକାଣ୍ଡ, ଦମକଳ ବାହିନୀ ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।
୧୦. ANM କର୍ମୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଠକେଇ ଅଭିଯୋଗ । ଚାକିରି ଦେବା ନାଁରେ ୧୫ ହଜାର ଟଙ୍କା ମାଗୁଥିବା ଅଭିଯୋଗ, ୩ ଦଲାଲଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।