You are currently viewing ଅପରାହ୍ନ ୨ଟାରୁ ଆରମ୍ଭ ହେବ ପିଜି ଏକକ ପ୍ରବେଶିକା ପାଇଁ ଆବେଦନ ପ୍ରକ୍ରିୟା
Application Form Document Filling Concept

ଅପରାହ୍ନ ୨ଟାରୁ ଆରମ୍ଭ ହେବ ପିଜି ଏକକ ପ୍ରବେଶିକା ପାଇଁ ଆବେଦନ ପ୍ରକ୍ରିୟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ଆଜିଠୁ ପିଜି ଏକକ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲୁ ରହିବ । ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବାର ବ୍ୟବସ୍ଥା କରାଯାଇଛି । ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୭ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ । ଡିସେମ୍ବର ସୁଧା ସମସ୍ତ କାର୍ଯ୍ୟ ସମାପ୍ତ ହୋଇ, ଛାତ୍ରଛାତ୍ରୀମାନେ ପାଠପଢ଼ା ଆରମ୍ଭ କରିବେ ବୋଲି ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରବେଶିକା ପରୀକ୍ଷା ଦାୟିତ୍ୱ ତିନୋଟି ବିଶ୍ୱ ବିଦ୍ୟାଳୟକୁ ଯଥା ସମ୍ବଲପୁର ବ୍ରହ୍ମପୁର ଓ ଉକ୍ରଳ ବିଶ୍ୱ ବିଦ୍ୟାଳୟକୁ ଦିଆଯାଇଛି । ପ୍ରବେଶିକା ପରୀକ୍ଷା ନିମନ୍ତେ କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ତା’ର ହଷ୍ଟେଲ ଫି ସମ୍ପର୍କରେ ଜାଣିବାକୁ ହେଲେ, ଉକ୍ତ ବିଶ୍ୱବିଦ୍ୟାଳୟର ୱେବସାଇଟ୍କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।