You are currently viewing ଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ

ଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨.୨.୨୩) : ବ୍ଲାକମେଲର କୁଇନ ଅର୍ଚ୍ଚନା ନାମ ମାମଲାରେ ଦାଖଲ ହେବ ଚାର୍ଜସିଟ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେବ ଚାର୍ଜସିଟ । ୨୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପର ପୁରା କାହାଣୀ ରହିଛି । କିପରି ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିକୁୁ ଫସାଇ ବ୍ଲାକମେଲ କରି ଟଙ୍କା ଲୁଟୁଥିଲେ । କାହାକୁ ମୋହରା ବନାଇ ବ୍ଲାକମେଲ କରୁଥିଲେ ତାହା ଉପରେ ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି । ୩୪୧, ୩୨୮, ୩୨୪, ୩୫୪-ସି, ୩୭୦, ୩୮୬, ୩୮୭, ୪୨୦, ୩୮୯, ୪୨୦, ୬୬-ଇ, ୬୭ ଦଫା ଲଗାଇଛି ପୋଲିସ । ଚାର୍ଜସିଟ୍ରେ ଘଟଣାସ୍ଥଳର ତଥ୍ୟ, ଫରେନସିକ୍ ରିପୋର୍ଟ, ସିଡ଼ିଆର ଆନାଲିସିସ୍, ବ୍ୟାଙ୍କ ଟ୍ରାଂଜାକ୍ସନ୍, ହ୍ୱାଟସଆପ୍ ଚାଟ୍ ତଥ୍ୟ ରହିଛି । କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ବିଭିନ୍ନ ଲୋକଙ୍କ ସହ ଟ୍ରାଂଜାକ୍ସନ ଚାର୍ଜସିଟ୍ରେ ଦର୍ଶାଇଛି ପୋଲିସ । ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଅନ୍ୟ ଏକ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା ନୟାପଲ୍ଲୀ ପୁଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।