You are currently viewing ଗିରଫ ହେଲେ କୋଟିପତି କିରାଣୀ

ଗିରଫ ହେଲେ କୋଟିପତି କିରାଣୀ

ବଲାଙ୍ଗୀର(ଏଏନଏସ)୨୭.୦୧.୨୦୨୨, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଆଗଲପୁର ବ୍ଲକର ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସା।
ବିଭିନ୍ନ ଯୋଜନାରେ ଅର୍ଥ ଲୁଟ୍ କରିବା ସହିତ ପିସି କାରବାର କରି ମାଲେମାଲ ହୋଇଥିବା କୋଟିପତି କିରାଣି ପ୍ରଫୁଲ୍ଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଥିଲା। ତାଙ୍କର ବଲାଙ୍ଗିର ଗାନ୍ଧି ନଗରପଡ଼ାରେ ଥିବା ଦୁଇ ମହଲା କୋଠା, ହାଟପଦା ପଡ଼ାରେ ଥିବା ଦୁଇ ମହଲା କୋଠା ଓ ଆଗଲପୁର ବ୍ଲକରେ ଥିବା କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଜବତ ହୋଇଛି । ଆୟ ସଂପର୍କରେ ସଠିକ ତଥ୍ୟ ଦେଖାଇ ନ ପାରିବାରୁ, ଭିଜିଲାନ୍ସ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ଆଜି ସେ ଗିରଫ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।