ସାଲେପୁର, ସୋସିଆଲ୍ ମିଡ଼ିଆରେ ଧର୍ମ ଓ ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ସାଲେପୁର ପୁଲିସ ସହାୟତାରେ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ସାଲେପୁର ବ୍ଲକ୍ କୁସମ୍ବୀ ଗ୍ରାମର ରସିଦ୍ ଅହେମ୍ମଦଙ୍କ ପୁଅ ସୟଦ ହସନ ଅହେମ୍ମଦ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ସଂଗଠନ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ, ଗୋରକ୍ଷକ ସଂଗଠନ ବରୋଧରେ ବିବାଦୀୟ ମନ୍ତବ୍ୟ ଲେଖି ସୋସିଆଲ ମିଡ଼ିଆରେ ଭାଇରାଲ୍ କରୁଥିବା ନେଇ ଉତ୍ତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ କୁଲଦିପ ପାଞ୍ଚାଲ ସିଙ୍ଗାବଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସିଙ୍ଗାବଲି ପୁଲିସ ଅଭିଯୋଗକୁ ଗ୍ରହଣ କରି ସୟଦ ହସନ ଅହେମ୍ମଦଙ୍କ ମୋବାଇଲ୍ ଟ୍ରାକିଂ କରିବା ସହ ଉତ୍ତରପ୍ରଦେଶରୁ ଏକ ଦୁଇଜଣିଆ ପୁଲିସ ଟିମ ସାଲେପୁର ଥାନାରେ ପହଞ୍ଚି ସାଲେପୁର ପୁଲିସ ସହାୟତାରେ ତାକୁ ଗିରଫ କରିଥିବା ଜଣାଯାଇଛି। ଆସନ୍ତାକାଲି ହସନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ