You are currently viewing ଆସୁଛି ଦୁଇଟି ଘୂର୍ଣ୍ଣିବଳୟ

ଆସୁଛି ଦୁଇଟି ଘୂର୍ଣ୍ଣିବଳୟ

  • Post category:ଓଡିଶା
  • Reading time:1 mins read

ଭୁୁବନେଶ୍ୱର(ଏଏନଏସ)୦୩/୧୦, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକାବେଳେ ଦୁଇ ଦୁଇଟି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ଉତ୍ତରପୂର୍ବ ବଙ୍ଗୋପସାଗର ଓ ଉତ୍ତର ପୂର୍ବ ସଂଲଗ୍ନ କ୍ଷେତ୍ର ଉପରେ ରହିଛି । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠାରୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟୋଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଓ ୫ ତାରିଖରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଞ୍ଜାମ,ଗଜପପତ,ପୁରୀ,ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।